ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଟେନିସରୁ ଅବସର ନେବେ କଥା ଘୋଷଣା କରିଛନ୍ତି ସାନିଆ ମିର୍ଜା । ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି କହିଛନ୍ତିଯେ, ୨୦୨୨ ତାଙ୍କର ଶେଷ ସିଜିନ୍ ହେବ । ସାନିଆ ଏବଂ ତାଙ୍କର ୟୁକ୍ରେନ ଯୋଡି ନାଦିଆ କିଚେନୋକଙ୍କ ଯୋଡି ସ୍ଲୋଭିକିଆର ତମାରା ଜିଡାନସକେ ଏବଂ କାଜା ଯୁବାନଙ୍କ ଯୋଡିଙ୍କଠୁ ୪-୬, ୬-୭ ସେଟ୍ରେ ପରାଜିତ ହୋଇଛନ୍ତି । ଏଥିସହ ମହିଳା ଡବଲ୍ସର ପ୍ରଥମ ମୁକାବିଲାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି । ତେବେ ଅଷ୍ଟ୍ରେଲିଆନ ଓପନରେ ସାନିଆଙ୍କ ମିକ୍ସ ଡବଲ୍ସ ମ୍ୟାଚ୍ ବାକି ରହିଛି । ସେ ଆମେରିକାର ରାଜୀବ ରାମଙ୍କ ସହିତ କୋର୍ଡକୁ ଓହ୍ଲାଇବେ ।
ସାନିଆ କହିଛନ୍ତି ୨୦୨୨ ମୋର ଶେଷ ସିଜିନ୍ ହେବ । ମୁଁ ପ୍ରତି ସପ୍ତାହ ପ୍ରସ୍ତୁତି କରୁଛି । କିନ୍ତୁ ଏହା ନିଶ୍ଚିତ ନୁହେଁ ଯେ, ମୁଁ ଆଗାମୀ ସମୟରେ ପୂରା ସିଜିନ୍ ଖେଳି ପାରିବି କି ନାହିଁ । ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ସାନିଆ କହିଛନ୍ତି ମୋତେ ଲାଗୁଛି ମୁଁ ଆହୁରି ଉନ୍ନତ ଖେଳି ପାରିଥାନ୍ତି । ମାତ୍ର ଏବେ ଶରୀରର ଆଉ ସମର୍ଥନ କରୁନାହିଁ । ସାନିଆ ୨୦୦୩ ରେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ସେବେଠାରୁ ସେ କ୍ରମାଗତ ଭାବରେ ଟେନିସ୍ ଖେଳୁଥିଲେ । ସେ ଡବଲ୍ସରେ ନମ୍ବର -୧ ମଧ୍ୟ ରହିଛନ୍ତି । ସେ ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ଖେଳାଳି ଯିଏକି ମହିଳା ସିଙ୍ଗଲ୍ସରେ ଶ୍ରେଷ୍ଠ ୧୦୦ ରେ ପହଞ୍ଚିଛନ୍ତି ।