ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ହୋଇଛି । ଆରମ୍ଭ ହେଲା କ୍ରୀଡ଼ାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଅଗଷ୍ଟ ୮ ତାରିଖ ଯାଏଁ ଜାରି ରହିବାକୁ ଥିବା ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ୧୫ଟି ଦେଶର ପ୍ରତିନିଧି ଉପସ୍ଥିତ ରହିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ୧୨୭ ଜଣ ଖେଳାଳୀ ଭାଗ ନେଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଚଳିତ ଥର ପାଖାପାଖି ୧୧ ହଜାର କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି । ଜାପାନର ରାଜଧାନୀ ଟୋକିଓ ସ୍ଥିତ ନବନିର୍ମିତ ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ।
ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସ୍ଥାନୀୟ ସମୟ ରାତି ୮ଟା ପର୍ଯ୍ୟନ୍ତ ଏହି କ୍ରୀଡ଼ା ହେବ । ୨୦୬ଟି ଦେଶରୁ ଆସିଥିବା ଏହି ଖେଳାଳିମାନେ ୩୩ଟି କ୍ରୀଡ଼ା ବିଭାଗରେ ଅଂଶଗ୍ରହଣ କରୁଛନ୍ତି । ଭାରତରୁ ପ୍ରାୟ ୧୨୭ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଉଦଘାଟନୀ ଅବସରରେ ଆଜି ତୀରନ୍ଦାଜୀ ଏବଂ ନୌକାଚାଳନା କ୍ରୀଡ଼ା ହେବ ।