କରୋନା ପ୍ରକପରୁ ସଚେତନତା

ନୟାଗଡ: ରାଜ୍ୟରେ କରୋନା ମହାମାରୀ ଜନିତ ମୃତ୍ୟୁ ସଂଖ୍ଯା ବଢି ବଢି ଚାଲିଛି । ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି । ପୂର୍ବରୁ କରୋନା ସଂକ୍ରମଣକୁ ରୋକିବା ଲାଗି ମେ ୫ତାରିଖରୁ ରାଜ୍ୟରେ ଲକଡାଉନର ନିୟମାବଳି ଲାଗୁ କରାଯାଇଛି । ଓଡିଶାର ଜନସାଧାରଣ ମାନେ ମଧ୍ୟ ରାଜ୍ୟସରକାରଙ୍କ ୧୪ ଦିନିଆ ଲକଡାଉନକୁ ମାନି ଘରେ ରହିଛନ୍ତି । ସବୁ ସ୍ଥାନରେ ପୋଲିସର କଡା ନଜର ବନ୍ଦିରେ ରାସ୍ତାଘାଟ ଶୂନଶାନ ଥିବାବେଳେ, ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଳକ କଣ୍ଟିଲୋ ପରିବା ହାଟରେ ଲକଡାଉନର ନିୟମକୁ ସମ୍ମାନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

କରୋନା ଦ୍ବିତୀୟ ଲହର ଯେଉଁ ହାହାକାର ପକାଇଛି ସେଥିରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ଲୋକମାନେ ବୁଝିସାରିଛନ୍ତି । ଯେଉଁଥିପାଇ କଣ୍ଟିଲୋ ପରିବା କିଣି ଆସୁଥିବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରଖି ପରିବା କିଣୁଥିବାର ଦୃଶ୍ଯ ଦେଖିବାକୁ ମିଳିଛି ।

Leave a Reply

Your email address will not be published.