ସବୁ ଭାରତୀୟଙ୍କୁ ଟୀକାକଣ ଲାଗି ୮୦ ହଜାର କୋଟି ଟଙ୍କା ଆବଶ୍ୟକ: ପୁନାୱାଲା

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ଲାଗି  ଟିକା କ୍ରୟ କରିବା ଓ ସମସ୍ତ ଭାରତୀୟଙ୍କୁ ଟିକାକରଣ କରିବାକୁ ସରକାରଙ୍କୁ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି କହିଛନ୍ତି ଭାରତର ପ୍ରମୂଖ ଟିକା ପ୍ରସ୍ତୁତକାରୀ ସଂସ୍ଥା ସିରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର ପୁନାୱାଲା। ଦେଶରେ ଟିକା କାର୍ଯ୍ୟକ୍ରମ ସଂପୂର୍ଣ୍ଣ କରିବାକୁ ବର୍ଷକ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଉକ୍ତ ଟଙ୍କା ଆବଶ୍ୟକ ପଡିବ। ଯାହା ଏକ ଚାଲେଞ୍ଜର ବିଷୟ। ସିରମ ଇନଷ୍ଟିଚ୍ୟୁଟ କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ର୍ନିବାହ କରୁଛି ଓ ଏଦିଗରେ କାର୍ଯ୍ୟ ତ୍ବରିତ ଗତିରେ ଚାଲିଥିବା କହିଛନ୍ତି ପୁନାୱାଲା।

Leave a Reply

Your email address will not be published.