ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଦ୍ବାରା ଅନୁଷ୍ଠିତ ସାପ୍ତାହିକ ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ପ୍ରତି ସପ୍ତାହରେ ହ୍ଵାଟ୍ସଆପ୍ ମାଧ୍ୟମରେ ରାଜ୍ୟ ସ୍ତରୀୟ ଏହି ଅନଲାଇନ୍ ପ୍ରତିଯୋଗିତା ହୋଇଥାଏ । ଏଥିରେ ବିଭିନ୍ନ ଜିଲ୍ଲାର ସାହିତ୍ଯିକ/ସାହିତ୍ଯିକା ମାନେ ଭାଗ ନେଇଥାନ୍ତି । ଅନୁଷ୍ଠାନ ଦ୍ବାରା ପ୍ରଦତ୍ତ ପ୍ରସଙ୍ଗ ଉପରେ ସମସ୍ତେ ଧାର୍ଯ୍ୟ ସମୟ ମଧ୍ୟରେ ଲେଖି ପଠାଇ ଥାଆନ୍ତି । ଜଣେ ମହିଳା ସମୀକ୍ଷକଙ୍କ ଦ୍ବାରା ସମସ୍ତ ଲେଖାଗୁଡିକୁ ସମୀକ୍ଷା କରାଯାଇ ଫଳାଫଳ ଘୋଷଣା କରାଯାଇଥାଏ । ଏଥରର ପ୍ରତିଯୋଗୀଙ୍କ ପାଇଁ ପ୍ରସଙ୍ଗ କ୍ଷୁଦ୍ରଗଳ୍ପ ” ମିତ୍ରଦ୍ରୋହ ” ଥିଲା ।
ଏଥିରେ ରଞ୍ଜୁଲତା ପାଢୀ ସୁନ୍ଦରଗଡ଼ ଜିଲ୍ଲା, ରଞ୍ଜିତା ସାହୁ ଜଗତସିଂହପୁର ଜିଲ୍ଲା, ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା ମାଲକାନଗିରି ଜିଲ୍ଲା, ଉର୍ମିଳା ମହାପାତ୍ର ନବରଙ୍ଗପୁର ଜିଲ୍ଲା, ଭାଗିରଥି ପତି,ଦୂବପାଳ, ଠାକୁରମୁଣ୍ଡା,ମୟୂରଭଞ୍ଜ ଜିଲ୍ଲା, ଅନୁସୟା ରାଉତ, ଖୋର୍ଦ୍ଧା ଜିଲ୍ଲା, ଯାଜ୍ଞସେନୀ ପଣ୍ଡା, ବାଲିଖଣ୍ଡ, ବାଲେଶ୍ବର,ଜିଲ୍ଲା, ଦେଵେନ୍ଦ୍ର ନାୟକ, ମୟୂରଭଞ୍ଜ ଜିଲ୍ଲା, ଭାରତୀ ସାହୁ,ଯୁନିଦାପାଟଣା, ଯାଜପୁର ଜିଲ୍ଲା ଓ ଛବିରାଣୀ ପତି,ଜଗତସିଂହପୁର ଜିଲ୍ଲାରୁ ମୋଟ ୧୧ଜଣ ଭାଗନେଇଥିଲେ । ସେଥିମଧ୍ୟରୁ ପ୍ରିୟମ୍ବଦା ରାଉତ ପ୍ରଥମ ସ୍ଥାନ ଅଧିକାର କରି ଆତ୍ମସନ୍ତୁଷ୍ଟ ଲାଭ କରିଥିବା ବେଳେ, ଭାରତୀ ସାହୁ ଦ୍ବିତୀୟ ଓ ଭାଗିରଥି ପତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ପ୍ରକାଶ ଥାଉକି ଏହା ପୂର୍ବରୁ ଶ୍ରୀମତୀ ରାଉତ ପାକ୍ଷିକ ଗଳ୍ପରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପେଷାରେ ଜଣେ ଶିକ୍ଷୟିତ୍ରୀ ନିଶାରେ ଜଣେ ସାହିତ୍ଯିକା ଶ୍ରୀମତୀ ରାଉତ । ପେଷା ଓ ନିଶା ସତ୍ତ୍ୱେ ବି ଜଣେ ଉତ୍ତମ ଗୃହିଣୀ ହୋଇ ମଧ୍ୟ ସାହିତ୍ୟକୁ ପର କରିନାହାନ୍ତି ସେ । ପ୍ରକାଶ ଥାଉକି ଗଦ୍ୟ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ଗଠିତ । ଏ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଭାଗନେଇ ନିଜର ସାହିତ୍ୟ ଜ୍ଞାନକୁ ବୃଦ୍ଧି କରି ଆନନ୍ଦ ଲାଭ କରୁଥିବାରୁ ଅନୁଷ୍ଠାନ ତରଫରୁ ସମସ୍ତ ସାହିତ୍ୟ ସାଧକ/ସାଧିକା ମାନଙ୍କୁ ସାଧୁବାଦ ଜଣାଯାଇଛି । ଆଗାମୀ ଦିନରେ ଆହୁରି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନ ଚିନ୍ତିତ ,କେବଳ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଅନୁଷ୍ଠାନ ପ୍ରତି ରହିବା ଦରକାର ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି ।