ଶ୍ରୀନଗର, (ନାଗରାଜ ନ୍ୟୁଜ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜମ୍ମୁ କଶ୍ମୀର ଗସ୍ତ ପୂର୍ବରୁ ହାଇଆଲର୍ଟ ଜାରି କରିଦିଆଯାଇଛି । ଏବେ ଘାଟିର ଏକାଧିକ ସ୍ଥାନରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚଅପରେଶନ କରୁଛନ୍ତି । ଜମ୍ମୁ କଶ୍ମୀରର ବାରାମୂଲାରେ ଚାଲିଥିବା ୪୦ ଘଣ୍ଟିଆ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ଓ ଜମ୍ମୁରେ ୭ ଘଣ୍ଟାର ଅପରେଶନରେ ୨ ଜଣ ଆତଙ୍କବାଦୀ ନିହତ ହୋଇସାରିଛନ୍ତି । ଏହା ପରେ ଶ୍ରୀନଗରରେ ବାହାର ଅଞ୍ଚଳରେ ଶ୍ରମିକମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଛି ।
ସୂଚନାଯୋଗ୍ୟ, ବାରମୁଲା ଜିଲ୍ଲା ପରିସୱାନି ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଏହି ଅଞ୍ଚଳରେ ଆତଙ୍କବାଦୀ ଗତିବିଧି ନେଇ ସୁରକ୍ଷା ବାହିନୀର କର୍ମୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ସୁରକ୍ଷା ବାହିନୀ ସମୟ ନଷ୍ଟ ନ କରି ଘଟଣାସ୍ଥଳକୁ ପହଞ୍ଚିଥିଲେ ଏବଂ ଗୁଳି ମାରିଥିଲେ । କିନ୍ତୁ ଆତଙ୍କବାଦୀମାନେ ମଧ୍ୟ ଗୁଳିବିନିମୟ କରିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯବାନ ଓ ଜଣେ ସ୍ଥାନୀୟ ସାଧାରଣ ନାଗରିକ ଆହତ ହୋଇଥିଲେ । ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସାମାନ୍ୟ ଆହତ ଯୋଗୁଁ ଶୀଘ୍ର ଡିସଚାର୍ଜ କରାଯାଇଥିଲା । କଶ୍ମୀର ଆଜି କହିଛନ୍ତି, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଥିବା ସନ୍ଦେହ କରାଯାଉଛି । ତେଣୁ ଏନକାଉଣ୍ଟର ଜାରି ରହିଛି ।