ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ଭୟଙ୍କର ପ୍ରତିଶୋଧ । ଛାତ୍ର ଅବସ୍ଥାରେ ଶିକ୍ଷୟିତ୍ରୀ ଦେଇଥିଲେ ଦଣ୍ଡ । ଯାହା ଭୁଲି ନଥିଲେ ଛାତ୍ର । ଦଣ୍ଡର ବି ଶାସ୍ତି ଏଭଳି ହୋଇପାରେ କେହି ଭାବିବି ପାରିବେନି । ଦିନ ବଢ଼ିବା ସହିତ ରାଗ କମିନଥିଲା । କେବଳ ମନରେ କୁହୁଳୁଥିଲା ପ୍ରତିଶୋଧର ନିଆଁ । ତୁମେ ମୋତେ ଦଣ୍ଡ ଦେଇଛ । ମୁଁ ତୁମକୁ ମୃତ୍ୟୁ ଦେବି । ଏଭଳି କଥା ମନରେ ଘର କରି ରହିଥିଲା । ବୟସ ବଢ଼ିବା ସହିତ ରାଗ କମିବା ପରିବର୍ତ୍ତେ ବଢ଼ିବଢ଼ି ଚାଲିଥିଲା । ଆଉ ୩୦ ବର୍ଷ ପରେ ନେଲେ ପ୍ରତିଶୋଧ । ଦଣ୍ଡ ଦେଇଥିବା ଶିକ୍ଷୟତ୍ରୀଙ୍କୁ ଥରେ ନୁହେଁ ୧୦୧ ଥର ଛୁରୀ ଭୁସିଥିଲେ ଯୁବକ । ଏପରି ଘଟଣା ବେଲଜିୟମରୁ ଆସିଛି । ଅଭିଯୁକ୍ତ ଛାତ୍ର ଜଣଙ୍କ ହେଉଛନ୍ତି ଅଭିଯୁକ୍ତ । ସେ ମାତ୍ର ୭ ବର୍ଷ ହୋଇଥିଲେ । ଯେତେବେଳେ ଶିକ୍ଷୟିତ୍ରୀଙ୍କଠାରୁ ତାଙ୍କୁ ଦଣ୍ଡ ମିଳିଥିଲା । ୧୯୯୦ର କଥା । କ୍ଲାସ ରୁମରେ ଛାତ୍ରଙ୍କୁ ମାରିଆ ଭେରଲିଣ୍ଡେନ୍ ନାମକ ଶିକ୍ଷୟତ୍ରୀ ଦଣ୍ଡିତ କରିଥିଲେ । ଯାହାକୁ କେବେବି ଭୁଲିପାରି ନଥିଲେ ଛାତ୍ର । କେବଳ ସୁଯୋଗର ଅପେକ୍ଷାରେ ଥିଲେ ।
ଆଉ ଦିନେ ୨୦୨୦ ମସିହା ନଭେମ୍ବରରେ ସେ ମାରିଆଙ୍କ ଘରକୁ ଯାଇଥିଲେ । ନିଜର ସବୁ ରାଗ ଶିକ୍ଷୟତ୍ରୀଙ୍କ ସୁଜାଇଥିଲେ । ଶିକ୍ଷୟତ୍ରୀଙ୍କୁ ଥରେ ନୁହେଁ ୧୦୧ ଥର ଛୁରୀ ଭୁସିଥିଲେ । ଏହି ମାମଲାରେ ପୁଲିସ ଦୀର୍ଘ ଦିନ ଧରି ତଦନ୍ତ କରୁଥିଲା । ଯେହେତୁ ଏହା ଚୋରି ମାମଲା ନଥିଲା । କାରଣ ଶିକ୍ଷୟତ୍ରୀଙ୍କ ଟଙ୍କା ଚୋରି ହୋଇନଥିଲା । ଶିକ୍ଷୟତ୍ରଙ୍କ ପର୍ସ ବି ସେମିତି ଥିଲା । ଶତାଧିକ ଡିଏନଏ ମ୍ୟାଚ୍ କରିବା ପରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ତେବେ ଗତବର୍ଷ ମାର୍ଚ୍ଚରେ ଅଭିଯୁକ୍ତ ଗୁଣ୍ଟର ଏକ ବନ୍ଧୁଙ୍କୁ ଏହି ଅପରାଧ ବାବଦରେ କହିଥିଲେ । ବନ୍ଧୁଜଣଙ୍କ ପୋଲିସକୁ ସବୁ କଥା କହିଥିଲେ । ଏହାପରେ ହିଁ ସବୁ ଗୁମର ଫିଟିଥିଲା । ଗୁଣ୍ଟର ଗିରଫ ହୋଇଥିଲା । ମୃତ ଶିକ୍ଷୟିତ୍ରୀଙ୍କ ଭଉଣୀ କହିଛନ୍ତିଯେ, ସେ ଏହି ଘଟଣା ବାବଦରେ ଅନେକ ଲୋକଙ୍କୁ ପଚାରିଛନ୍ତି । ପରନ୍ତୁ ଏହି ଘଟଣା ବିଷୟରେ କାହାରି ମନେ ନାହିଁ । ଗୁଣ୍ଟର ସଦାବେଳେ ଚୁପଚାପ ରହୁଥିଲେ । ତାଙ୍କ ପରିବାର ଲୋକେ ବହୁତ ଭଲ । କିନ୍ତୁ ଗୁଣ୍ଟର କଣ ପାଇଁ ଏପରି କାଣ୍ଡ ଭିଆଇଲେ ତାହା ତାଙ୍କୁ ଆଶ୍ଚର୍ୟ୍ୟ କରିଛି ବୋଲି ସେ କହିଛନ୍ତି ।