୧୬ରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ ମାନ୍

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆମ୍ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଢ଼ିବାକୁ ଯାଉଛି । ମାର୍ଚ୍ଚ ୧୬ରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆପ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ । ଶପଥ ଗ୍ରହଣ ସମାରୋହ ପାଇଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆମନ୍ତ୍ରିତ କରିଛନ୍ତି । ଏଥିସହ ମାନ ଆପର ରାଷ୍ଟ୍ରୀୟ ସଂଯୋଜକ କେଜରିୱାଲଙ୍କ ସହ ମାର୍ଚ୍ଚ ୧୩ରେ ଅମୃତସରରେ ବିଜୟ ଶୋଭାଯାତ୍ରା ବାହାର କରିବେ । ଏହା ପୂର୍ବରୁ ଶୁକ୍ରବାର ଭଗୱନ୍ତ ମାନ ଦିଲ୍ଳୀରେ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି । ସେ ମାର୍ଚ୍ଚ ୧୬ରେ ଭଗତ ସିଂହଙ୍କ ପୈତୃକ ଗ୍ରାମ ଖଟଗଡ଼ରେ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଶପଥ ନେବେ । ମାର୍ଚ୍ଚ ୧୨ରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଭଗୱନ୍ତ ମାନ ଶୁକ୍ରବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ମଧ୍ୟ ଡକାଇଛନ୍ତି ।

Leave a Reply

Your email address will not be published.