ତାଇୱାନକୁ ଘେରିଲା ଚୀନର ଲଢୁଆ ବିମାନ, ନେନ୍‌ସୀ ପେଲୋସୀଙ୍କ ଗସ୍ତ ନେଇ ଡ୍ରାଗନ ବିଚଳିତ

ନୂଆଦିଲ୍ଲୀ,(ଗରାଜ ନ୍ୟୁଜ) : ୟୁଏସ୍ ସ୍ପିକର ନେନ୍‌ସି ପେଲୋସୀଙ୍କ ତାଇୱାନ ଗସ୍ତ କରିବା ଦ୍ୱାରା ଚୀନ ବିଚଳିତ ହୋଇପଡ଼ିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ତାଇୱାନର ସେନା ଏହି ଦାବି କରିଛି । ତାଇୱାନ କହିବା ଅନୁଯାୟୀ ଚୀନର ୨୧ଟି ସେନା ବିମାନ ଘେରାବନ୍ଦୀ କରିଛି । ଏହି ସେନା ବିମାନ ଦୀପର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ ପହଞ୍ଚିଛି ।

ନେନ୍‌ସୀ ପେଲୋସୀ ତାଇୱାନ ଗସ୍ତ କରିବା ଦ୍ୱାରା ଚୀନ ବିଚଳିତ ହୋଇଛନ୍ତି । ଚୀନ ୫୦ ମିନିଟ ଭିତରେ ତାଇୱାନର ଆଖାପାଖରେ ସେନା ଡ୍ରିଲ ଓ ମିଲିଟାରୀ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛି । ଚୀନ କହିଛି ଯେ, ସେ ତାଇୱାନର କିଛି ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ନେଇପାରେ ।  ସୂଚନାଯୋଗ୍ୟ, ଆମେରିକାରେ ତୃତୀୟ ମହାଶକ୍ତି କୁହାଯାଉଥିବା ନେନ୍‌ସୀ ପେଲୋସୀ ମଙ୍ଗଳବାର ରାତି ୮ଟା ୧୪ ମିନିଟରେ ତାଇୱାନ ପହଞ୍ଚିଥିଲେ । ଏହା ପରେ ଚୀନ ତାଇୱାନରେ ୨୧ଟି ଯୁଦ୍ଧ ବିମାନ ସହିତ ଘେରାଉ କରିଛି । ଆମେରିକାରୁ ପେଲୋସୀଙ୍କ ତାଇୱାନ ପହଞ୍ଚିବା ପରେ ଚୀନ ଗୁରୁବାର ତାଇୱାନର ୬ଟି ପ୍ରକାରର ସେନା ଅଭ୍ୟାସ ଘୋଷଣା କରିଛି । ଏହି ଡ୍ରିଲରେ ଜେ-୨୦ ଲଢୁଆ ବିମାନକୁ ମଧ୍ୟ ସାମିଲ କରିଛି । ତେବେ ପରିସ୍ଥିତ ଏଭଳି ହୋଇଛି ଯେ, ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ ।

Leave a Reply

Your email address will not be published.