ଇନ୍ଦୋର, (ନାଗରାଜ ନ୍ୟୁଜ): ଚିନ୍ତା ବଢ଼ାଇଲାଣି ଓମିକ୍ରନର ନୂଆ ଭ୍ୟାରିଆଣ୍ଟମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନ୍ ସହିତ ଏହାର ସବ୍ ଭାରିଆଣ୍ଟ BA.1 ଏବଂ BA.2 ମାମଲା ସାମ୍ନାକୁ ଆସିଛି । ସହରରେ ଓମିକ୍ରନ୍ର ସବ୍ ଭାରିଆଣ୍ଟ BA.1 ଏବଂ BA.2 ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୬ ଜଣ ଶିଶୁ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
BA.2 ଷ୍ଟେନ୍ ଦ୍ରୁତଗତିରେ ବ୍ୟାପୁଛି। ଏହି ସଂକ୍ରମଣ ଫୁସ୍ଫୁସ୍କୁ ଅଧିକ ସଂକ୍ରମିତ କରିଥାଏ । ନୂଆ ଚିହ୍ନଟ ରୋଗୀଙ୍କ ଫୁସ୍ଫୁସ୍ ୫ରୁ ୪୦ ପ୍ରତିଶତ ସଂକ୍ରମିତ ମିଳିଛି । ଓମିକ୍ରନ୍ ସବ୍ ଭାରିଆଣ୍ଟ BA.2 ସଂକ୍ରମଣ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । କରୋନା ଭାଇରସ ଏବଂ ଓମିକ୍ରନ୍ ଠାରୁ ଭିନ୍ନ ଏହି ଭାରିଆଣ୍ଟ ଭିନ୍ନ । କାରଣ ଏହି ଭାରିଆଣ୍ଟ ଫୁସ୍ଫୁସ୍ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହି ଷ୍ଟ୍ରେନ୍କୁ BA.2 କୁହାଯାଉଛି, ଯାହାକି ୪୦ଟି ଦେଶରେ ଚିହ୍ନଟ ହୋଇଛି । ଓମିକ୍ରନ୍ର ନୂଆ ଭାରିଆଣ୍ଟ ଯୋଗୁଁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ, ଏଥିରୁ ୬ ଜଣ ଶିଶୁ ଅଛନ୍ତି । ଫଳରେ ସରକାର ଓ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି ।