ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ି ଚାଲିଛି । ଲୋକେ ଘରୁ ବାହାରକୁ ଯିବା ପାଇଁ ଡରୁଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମସ୍ତ ସ୍କୁଲକୁ ୭ ଦିନ ପାଇଁ ବନ୍ଦ କରି ଦେଇଛନ୍ତି । ଏହି ସମୟ ମଧ୍ୟରେ ଅନଲାଇନ କ୍ଲାସ ମାଧ୍ୟମରେ ପାଠ ପଢ଼ା ଜାରି ରହିବ । ସେହିପରି କର୍ମଚାରୀମାନଙ୍କୁ ସରକାର ଘରେ ରହି କାମ କରିବାକୁ ଅନୁମତି ଦେଇଥିବା ବେଳେ ନିର୍ମାଣ କାର୍ଯ୍ୟକୁ ସ ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ସୁପ୍ରିମକୋର୍ଟଙ୍କ ଆଦେଶ ପରେ କେନ୍ଦ୍ର ସରକାର ଆଜି ପ୍ରଦୂଷଣ ନେଇ ଜରୁରୀକାଳୀନ ବୈଠକ ଡାକିଛନ୍ତି । ସୁପ୍ରିମକୋର୍ଟ ସୋମବାର ଏହି ମାମଲାରେ ଶୁଣାଣି କରି କହିଥିଲେ ଯେ, ପ୍ରଦୂଷଣର କାରଣ ହେଲା ନିର୍ମାଣ, ଶିଳ୍ପ, ପରିବହନ, ଶକ୍ତି ଓ ମାତ୍ରାଧିକ ଯାନବାହନ ଚଳାଚଳ କରିବା । ଏଥିସହିତ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ସରକାର ଅନାବଶ୍ୟକ ଗତିବିଧି ଉପରେ ନିୟନ୍ତ୍ରଣ ଆଣନ୍ତୁ । ସରକାର ଜରୁରୀକାଳୀନ ବୈଠକ ଡାକି ଏହି ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ । ବାୟୂ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ।