ତାଇୱାନ୍‌ର ସୀମା ଆଖପାଖ ଅଞ୍ଚଳରେ ୧୪ଟି ଯୁଦ୍ଧପୋତ ଓ ୬୬ଟି ଲଢୁଆ ବିମାନ ଚିହ୍ନଟ

ତାଇପେଇ,(ନାଗରାଜ ନ୍ୟୁଜ): ତାଇୱାନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ଚୀନର ଘେରାବନ୍ଦୀକୁ ନେଇ ବଡ଼ ଦାବି କରିଛି । ତାଇୱାନ କହିଛି ଯେ, ରବିବାର ତାଇୱାନ୍‌ର ସୀମା ଆଖପାଖ ଅଞ୍ଚଳରେ ୧୪ଟି ଯୁଦ୍ଧପୋତ ଓ ୬୬ଟି ଲଢୁଆ ବିମାନ ଚିହ୍ନଟ କରାଯାଇଛି । ତାଇୱାନ ଓ ଚୀନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । କିନ୍ତୁ ନିକଟରେ ଆମେରିକାର ହାଉସ ସ୍ପିକର ନେନ୍‌ସୀ ପେଲୋସୀଙ୍କ ତାଇୱାନ ଯାତ୍ରା ପରେ ଏହା ଅଧିକ ବଢ଼ିଛି । 

ଅନ୍ୟପଟରେ ଚୀନର ସରକାରୀ ମିଡିଆ ‘ଗ୍ଲୋବାଲ ଟାଇମ୍ସ’ ପକ୍ଷରୁ କୁହାଯାଇଛି ଯେ, ପିପୁଲ୍ସ ଲିବରେଶନ ଆର୍ମି ରବିବାର ତାଇୱାନ ଷ୍ଟ୍ରେଟରେ ଉତ୍ତରରୁ ଦକ୍ଷିଣ ଏବଂ ଦକ୍ଷିଣରୁ ଉତ୍ତର ଦିଗରେ ଉଡାଣ କରିଥିଲା । ଏହି ସମୟରେ ଅନେକ ବମ୍ବର ଫୋରମେଶନ କରାଯାଇଥିଲା । ସେହିଭଳି ଭାବେ ତାଇୱାନର ଚାରିପାଶ୍ୱର୍ରେ ଅବରୋଧକ ଗତିବିଧି କାମ କରାଯାଇଥିଲା । ଚୀନର ଗତିବିଧିକୁ ନେଇ ତାଇୱାନ ମନ୍ତ୍ରାଳୟ କହିଛି ଯେ, ରବିବାର ସନ୍ଧ୍ୟା ୫ଟାରେ ତାଇୱାନ ଉପକୂଳରେ ଚୀନର ୧୪ଟି ଯୁଦ୍ଧପୋତ ଓ ୬୬ଟି ଲଢୁଆ ବିମାନ ଦେଖାଯାଇଥିଲା । ତାଇୱାନର ସେନା ଏହି ସ୍ଥିତି ଉପରେ ନଜର ରଖିଥିଲା ଏବଂ ଉଚିତ ଜବାବ ଦେଇଛି । ସେନା ବିମାନ, ପୋତ ଓ ଜମି ଉପରେ ସକ୍ରିୟ ମିସାଇଲ ସିଷ୍ଟମ ଦ୍ୱାରା ଚୀନ ଗତିବିଧି ଉପରେ ପ୍ରତିକ୍ରିୟା ଦେଇଛି ।

Leave a Reply

Your email address will not be published.