ସୁରକ୍ଷାବଳକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ହିଜ୍‌ବୁଲର ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ସବୁବେଳେ ସକ୍ରିୟ ରହୁଛନ୍ତି । ସେନାର କାର୍ଯ୍ୟାନୁଷ୍ଠାନକୁ ଖାତିର କରୁ ନାହାନ୍ତି । ଏହାରି ମଧ୍ୟରେ ସୁରକ୍ଷାବାହିନୀର ଯବାନମାନଙ୍କୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀର ଯବାନମାନେ କୁଲଗାମରେ ହୋଇଥିବା ଏନ୍‌କାଉଣ୍ଟରରେ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାଇଦିନର ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଜାତୀୟ ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ପୋଲିସ ଏହି ସୂଚନା ଦେଇଛି । ସୂଚନା ଅନୁସାରେ କୁଲଗାମର ଖଣ୍ଡୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରିବା ନେଇ ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଯମାନମାନେ ଘଟଣାସ୍ଥଳକୁ ଘେରାବନ୍ଦୀ କରିଥିଲେ । ତେବେ ହିଜବୁଲର ଆତଙ୍କବାଦୀ ଯବାନଙ୍କୁ ଦେଖି ଛାନିଆ ହୋଇଯାଇଥିଲା । ସେ ପ୍ରଥମେ ଗୁଳି କରିଥିଲା । କିନ୍ତୁ ଯବାନଙ୍କ ପାଲଟା ଜବାବରେ ନିହତ ହୋଇଥିଲା । ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିଛି । ଏହି ଅଞ୍ଚଳରେ ଆହୁରି ଆତଙ୍କବାଦୀ ଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି । ସେଥିପାଇଁ ସେନା ନିଜର ଅପରେଶନ ଜାରି ରଖିଛି ।

Leave a Reply

Your email address will not be published.