ଆଜି ପ୍ରକାଶ ପାଇବ ସିବିଏସସି +୨ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସିବିଏସସି +୨ ରେଜଲ୍ଟ । ସିବିଏସସି ଦ୍ୱାଦଶ ଫଳାଫଳ ଅପରାହ୍ନ ୨ଟାରେ ଘୋଷଣା କରାଯିବା ନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବ ହେତୁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇପାରି ନଥିବାରୁ ସିବିଏସ୍‌ଇ ଦ୍ୱାଦଶ ଫଳାଫଳ ଏକ ବିକଳ୍ପ ଉପାୟରେ ପ୍ରସ୍ତୁତ କରାଯାଇଛି । ଉକ୍ତ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଆଜି ପିଲାମାନଙ୍କ ମାର୍କ ପ୍ରକାଶ ପାଇବ ।

ପିଲାମାନଙ୍କ ରେଜଲ୍ଟ ଅନଲାଇନ୍ ରେ ଉପଲବ୍ଧ ହେବାକୁ ଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ । ତେଣୁ ଅନଲାଇନ୍ ରେ କ୍ରାଉଡ କମ୍ କରିବା ପାଇଁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ସିବିଏସ୍‌ଇ ରେଜଲ୍ଟ ଉପଳବ୍ଧ ହେବ ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଆଜି ଅପରାହ୍ନରେ cbseresults.nic.in ରେ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କରିବ ।

Leave a Reply

Your email address will not be published.