ପ୍ରକାଶ ପାଇଲା ସିବିଏସଇ +୨ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ +୨ ରେଜଲ୍ଟ । ତେବେ ଚଳିତବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ୯୯.୧୩ ପ୍ରତିଶତ ଛାତ୍ର ପାସ କରିଥିବାବେଳେ ୯୯.୬୭% ଛାତ୍ରୀ ପାସ କରିଛନ୍ତି । ୭୦,୦୦୪ ଜଣ ପିଲା ୯୫ ପ୍ରତିଶରୁ ଅଧିକ ନମ୍ବର ରଖିଛନ୍ତି । ଚଳିତବର୍ଷ ୯୯.୩୭ ପ୍ରତିଶତ ପିଲା ପାସ କରିଥିବା ଜଣାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇବ ।

ଗଠିତ ପ୍ୟାନେଲର ମୂଲ୍ୟାଙ୍କନ ନୀତି ମୁତାବକ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୦ମ ଶ୍ରେଣୀ ଥିଓରୀରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷାରୁ ପ୍ରାପ୍ତ ମାର୍କରୁ ୪୦ ପ୍ରତିଶତ ଆଧାରରେ ଛାତ୍ର ଛାତ୍ରୀଙ୍କୁ ମାର୍କ ଦିଆଯାଇଛି ।cbseresult.nic.inଓ cbse.gov.in ରେ ରେଜଲ୍ଟ ଉପଲବ୍ଧ କରାଯାଇଛି ।

Leave a Reply

Your email address will not be published.