ଚେନ୍ନାଇ: ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଛି ହୋଇଛି । ବର୍ଷା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ମଙ୍ଗଳବାର ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ-କଲେଜ ବନ୍ଦ ରଖାଯାଇଛି । ସୂଚନାଯୋଗ୍ୟ ଶନିବାର ରାତି ଚେନ୍ନାଇରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିଲା। ୨୦୧୫ ପରେ ଏହା ଥିଲା ସର୍ବାଧିକ ବର୍ଷା । ଶନିବାର ରାତି ସାଢ଼େ ୮ଟାରୁ ରବିବାର ସକାଳ ୫ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା । ଶତାଧିକ ଘର ଭିତରକୁ ବର୍ଷା ଜଳ ପ୍ରବେଶ କରିଥିଲା । ସରକାର ଓ ସ୍ଥାନୀୟ ପ୍ରଶାସନ ସମ୍ଭାବିତ ବନ୍ୟା ଉପରେ ନଜର ରଖିଛନ୍ତି ।
ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ୪ ଜଣ ଲୋକ ନିହତ ହୋଇଥିବାବେଳେ ରାଜଧାନୀ ଚେନ୍ନାଇର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବା ସୂଚନା ମିଳିଛି । ଏହା ସହିତ ଚେନ୍ନାଇରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ, ତିରୁଭଲ୍ଲୁର କାଞ୍ଚିପୁରମ୍, ଚେଙ୍ଗଲାପାଟ୍ଟୁ, ଭିଲ୍ଲୀପୁରମ, ମାଇଳାଡୁଦୁରାଇ, ତିରୁନେଲଭେଳି, ଥେଙ୍କାଶି, ରାମନାଥପୁରମ, ନାଗପାଟିନମ, ଭିରୁଧୁନଗର, କୁଡାଲୋର, ଶିବଗଙ୍ଗାଇ ଓ ମଦୁରାଇ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ।