ଲକ୍ଷ୍ନୌ ଗସ୍ତରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ଲକ୍ଷ୍ନୌ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ଟ୍ରେନ୍ ଯୋଗେ ଲକ୍ଷ୍ନୌର ଚାରବାଗ ରେଳ ଷ୍ଟେସନରେ ପହଞ୍ଚିଥିଲେ । ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ । ରିସେପ୍ସନ୍ ପରେ ରାଷ୍ଟ୍ରପତି ରାଜ ଭବନକୁ ଯାଇଥିଲେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଲକ୍ଷ୍ନୌ ରାଜଭବନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାଶ୍ଚାତ୍ୟ ସଭ୍ୟତା ସହିତ ଏଠାରେ ରାଷ୍ଟ୍ରପତିଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ତେବେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ତେବେ ମଧ୍ୟାହ୍ନ ଭୋଜନ କରିବା ପରେ ସନ୍ଧ୍ୟା ୪ ଟାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣନା ଏବଂ ଆହ୍ଲାବାଦ ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଏବଂ ହାଇକୋର୍ଟର ଅନ୍ୟ ବିଚାରପତିମାନଙ୍କ ସହ ଆଲେଶଚନା କରିବାର କାର୍ଯ୍ୟକ୍ରମ ରହିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ଆସନ୍ତା କାଲି ସକାଳେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ନିମନ୍ତ୍ରିତ ମନ୍ତ୍ରୀଙ୍କ ସହ ଜଳଖିଆ କରିବେ । ସକାଳ ୧୧:୩୦ରେ ସେ ଲୋକ ଭବନରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ମୂଳଦୁଆ ପକାଇବେ । ଏହାପରେ ରାଷ୍ଟ୍ରପତି ପୁଣି ଥରେ ରାଜଭବନ ଯାଇ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published.