୫୦% ଛାତ୍ରଛାତ୍ରୀଙ୍କୁ ନେଇ ୧୬ରୁ ଖୋଲିବ ସ୍କୁଲ

ଉତ୍ତରପ୍ରଦେଶ: ଆସନ୍ତା ୧୬ ତାରିଖରେ ସ୍କୁଲ ଖୋଲିବାର ନିଷ୍ପତି ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକସଭା ଭବନରେ ଏହି ନିଷ୍ପତି ନେଇଛନ୍ତି । ସ୍କୁଲ୍‌ରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍ ଖୋଲାଯିବ ଏବଂ ସାମାଜିକ ଦୂରତା କ୍ରମେ ଶ୍ରେଣୀରେ ବସିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯିବ । ଉତ୍ତରପ୍ରଦେଶରେ ସ୍କୁଲ୍ କରୋନା କଟକଣାର ସମସ୍ତ ପ୍ରୋଟକଲ୍ ମଧ୍ୟରେ ଆସନ୍ତା ୧୬ ତାରିଖରେ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି ।

ସ୍କୁଲକୁ ଆସିବା ପାଇଁ ଛାତ୍ରଛାତୀଙ୍କ ପାଇଁ ତାଙ୍କ ଅଭିଭାବକଙ୍କ ସ୍ୱିକୃତ ଆଣିବା ବାଧ୍ୟତାମୂଳକ ଅଟେ । ବିନା ଅନୁମତିରେ ଛାତ୍ରଛାତୀଙ୍କୁ ସ୍କୁଲ୍‌ରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଆଜିଠାରୁ ସାନିଟାଇଜ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁସାରେ ଦେଶର ଅନେକ ରାଜ୍ୟରେ ଅଗଷ୍ଟ ୨ରୁ ସ୍କୁଲ୍ ଖୋଲାଯାଇଛି ।

Leave a Reply

Your email address will not be published.