ନୂଆଦିଲ୍ଲୀ: ଦେଶର ଦୃତତମ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସଙ୍କରେ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି ।ଦୂତୀ ଉଭୟ ୧୦୦ ଏବଂ ୨୦୦ ମିଟର ପ୍ରତିଯୋଗିତା ଲାଗି ସେ ଯୋଗ୍ୟତା ହାସଲ କରିଛନ୍ତି। ଯେଉଁଥିପାଇ ତାଙ୍କୁ ମିଳିଲା ଟୋକିଓ ଅଲିମ୍ପିକ୍ସଙ୍କ ଟିକିଟ।
ତେବେ, ମହିଳା ୧୦୦ ମିଟରରେ ବିଶ୍ୱ ମାନ୍ୟତା ଆଧାରରେ,ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି, କାରଣ ସେ ରୋଡ୍ ଟୁ ଟୋକିଓ ତାଲିକାରେ ଅର୍ଥାତ ବିଶ୍ଵର ସର୍ବଶ୍ରେଷ୍ଠ ୫୦ ଜଣେ ମଧ୍ୟରେ ଥିବାରୁ ସେ ଏହି ଟିକେଟ୍ ସେ ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ମହିଳା ୧୦୦ ମିଟର ଦୌଡ଼ରେ ୫୬ ଜଣ ଆଥଲେଟ୍ ଅଂଶଗ୍ରହଣ କରିବେ।
ଦୂତୀ ପ୍ରଥମ ଭାରତୀୟ ଦୌଡ ପ୍ରତିଯୋଗି ଭାବରେ ଭାରତରୁ ପ୍ରତିନିଧିତ୍ବ କରିବେ। ପୁର୍ବରୁ ଦୂତୀ ୨୦୧୬ ବ୍ରାଜିଲ ଅଲିମ୍ପିକ୍ସର ଉଭୟ ୧୦୦ ଏବଂ ୨୦୦ ମିଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।