ଦେଶ ନାର୍କୋ ଆତଙ୍କବାଦକୁ କଡା ବିରୋଧ କରିବ: ଅମିତ ଶାହା

ନୂଆଦିଲ୍ଲୀ: ଦେଶ ‘ନାର୍କୋ ଆତଙ୍କବାଦ’କୁ କଡା ବିରୋଧ କରିବ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ନାର୍କୋ ଆତଙ୍କବାଦ’କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଶାହା ନିଶା କାରବାରର କୁପ୍ରଭାବ ବିଷୟରେ କହିବା ସହିତ ଭାରତ ଆଉ ଏକ ବିପଦର ସମ୍ମୁଖୀନ ହେବ ବୋଲି କହିଛନ୍ତି । ଶାହା କହିଛନ୍ତିଯେ, ନାର୍କୋ ଆତଙ୍କବାଦ ଦେଶ ପାଇଁ ଚିନ୍ତାର କାରଣ । ଏଥିରୁ ପ୍ରାପ୍ତ ଅର୍ଥକୁ ଆତଙ୍କବାଦରେ ଉପଯୋଗ କରାଯାଉଛି । ନିଶାଦ୍ରବ୍ୟ ପ୍ରଭାବରେ ଭାରତର ସମାଜ, ଯୁବପିିଡି, ସୁରକ୍ଷା ବ୍ୟବସ୍ଥା ଏବଂ ଭାରତର ଅର୍ତନୀତି ଉପରେ ଏହାର ବିଶେଷ ଭାବେ କୁପ୍ରଭାବ ପଡୁଛି । ଏଥିପାଇଁ ସମ୍ପୁର୍ଣ୍ଣ ଦେଶ ଚିନ୍ତିତ । ତେବେ ଦେଶ ଭାରତ ଏହାର ପ୍ରବେଶ ଉପରେ କଡା କଟକଣା ଲଗାଇବ ଓ ଏହାର ବ୍ୟବସାୟ କିପରି ଭାରତରେ ନହୁଏ ସେଥିପାଇଁ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅନ୍ୟପକ୍ଷରେ ଦେଶରେ ଟୀକା ଦ୍ୱନ୍ଦ୍ୱକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଶାହା ଲୋକଙ୍କୁ ଟିକାକରଣ ଉପରେ ସଚେତନତା ରହିବାକୁ ଅନୁରୋଧ କରିଥିଲେ ଏବଂ ଭାରତ ସରକାର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରୁଥିବା ବେଳେ ବିନା ଭୟରେ ଟିକା ଗ୍ରହଣ କରିବାକୁ ସେ ନାଗରିକ ମାନଙ୍କ ନିବେଦନ କରିଥିଲେ । 

Leave a Reply

Your email address will not be published.