ରାଷ୍ଟ୍ରପତିଙ୍କ ଦ୍ବାରା ଦେଶର ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି

ନୂଆଦିଲ୍ଲୀ: ଦେଶର ୮ଟି ରାଜ୍ୟରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି । ସେହି ୮ଟି ରାଜ୍ୟ ହେଉଛି ହିମାଚଳପ୍ରଦେଶ, ଗୋଆ, ତ୍ରିପୁରା, ମିଜୋରାମ, ମଧ୍ୟପ୍ରଦେଶ, ହରିୟାଣ ଝାଡ଼ଖଣ୍ଡ ଓ କର୍ଣ୍ଣାଟକ ।

ହିମାଚଳ ପ୍ରଦେଶରେ ରାଜ୍ୟପାଳ ଭାବେ ନିଯୁକ୍ତି ହେଲେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର । ଗୋଆରେ ରାଜ୍ୟପାଳ ଭାବେ ନିଯୁକ୍ତି ହେଲେ ଶ୍ରୀଧରନ ପିଲାଇ, ତ୍ରିପୁରାରେ ରାଜ୍ୟପାଳ ଭାବେ ନିଯୁକ୍ତି ହେଲେ ସତ୍ୟଦେବ ନାରାୟଣ ଆର୍ଯ୍ୟ ।

ସେହିପରି ମିଜୋରାମରେ ରାଜ୍ୟପାଳ ଭାବେ ନିଯୁକ୍ତ ପାଇଲେ ହରିବାବୁ କମ୍ବଂପତି । ମଧ୍ୟପ୍ରଦେଶରେ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ମଂଗୁଭାଇ ଛଗନଭାଇ ପଟେଲ । ହରିୟାଣାରେ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବନ୍ଦାରୁ ଦତ୍ତାତ୍ରେୟ । ଝାଡ଼ଖଣ୍ଡରେ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ରମେଶ ବୈଶ । କର୍ଣ୍ଣାଟକର ରାଜ୍ୟପାଳ ହେଉଛନ୍ତି ଥାୱରବନ୍ଦ ଗେହଲଟ୍ । 

Leave a Reply

Your email address will not be published.