୭୫ତ୍ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୫ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ଦୁର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଲାଲକିଲ୍ଲାରେ ଏଥର ବାୟୁସେନାର ଏମଆଇ-୧୭ ହେଲିକପ୍ଟରରେ ପୁଷ୍ପ ବୃଷ୍ଟି କରାଯାଇଥିଲା । ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ପୂର୍ବରୁ ଲାଲକିଲ୍ଲାକୁ ଭଲ ଭାବରେ ନୀରିକ୍ଷଣ କରିଥିଲେ । ଲାଲକିଲ୍ଲାରେ ମୋଦୀ ପହଂଚିବା ପରେ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠ ରାଜଘାଟ ପହଞ୍ଚିଥିଲେ । ସେଠାରେ ସେ ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇଥିଲେ । ମୋଦୀ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଆଜାଦ୍ କା ଅମୃତ ମହୋତ୍ସବ’ ଏହି ବର୍ଷ ଦେଶବାସୀଙ୍କୁ ନୂଆ ଶକ୍ତି ଏବଂ ନବଚେତନା ସୃଷ୍ଟି କରୁ ବୋଲି କହିଛନ୍ତି ।

ଏହି ଅବସରରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତିଯେ, ସ୍ୱାଧୀନତା ପାଇଁ ଦେଶ ଦୀର୍ଘ ଦିନ ପର୍ଯ୍ୟନ୍ତ ଲଢ଼େଇ କରିଛି । ଆମେ ସ୍ୱାଧୀନତାର ଉତ୍ସାହ ପାଳନ କରୁଛେ ସତ, କିନ୍ତୁ ଆଜିବି ଛାତିକୁ ବିଭାଜନର କଷ୍ଟ ଦେଉଛି । ଗତକାଲି ଦେଶ ନିଷ୍ପତ୍ତି ନେଇଛିଯେ, ଏଣିକି ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯିବ ।

ଏହାସହିତ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିଯେ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ଜୀ, ଦେଶର ଏକତାରେ ସ୍ୱତନ୍ତ୍ର କାମ କରିଥିବା ସର୍ଦ୍ଦାର ପଟେଲ ଏବଂ ଭାରତକୁ ଭବିଷ୍ୟତର ରାସ୍ତା ଦେଖାଇଥିବା ବାବା ସାହେବ ଆମ୍ବେଦକରଙ୍କୁ ଦେଶ ଭୁଲି ପାରିବ ନାହିଁ । 

ଆମର ଖେଳାଳିଙ୍କୁ ତାଳି ବଜାଇ ସ୍ୱାଗତ କରିବା । ଭାରତୀୟ ଖେଳ, ଖେଳାଳି ଏବଂ ଯୁବପିଢ଼ିଙ୍କୁ ସମ୍ମାନ ଜଣାଇବା । ଭାରତର ଗୌରବ ବଢ଼ାଇଥିବା ଖେଳାଳିଙ୍କୁ ସମ୍ମାନ କରିବା ବୋଲି ମୋଦୀ କହିଛନ୍ତି । କରୋନା କାଳରେ ଆମର ସ୍ୱାସ୍ଥ୍ୟ କର୍ମଚାରୀମାନେ ସ୍ମରଣୀୟ କାମ କରିଛନ୍ତି । ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ସଫେଇ କର୍ମ, ଟିକା ଉତ୍ପାଦନକାରୀ କଂପାନୀ, ବୈଜ୍ଞାନିକଙ୍କ ସେବା ଭୁଲି ହେବ ନାହିଁ । 

Leave a Reply

Your email address will not be published.