ଆଜି ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ବୁଧବାର) ଆମେରିକା ଗସ୍ତରେ ବାହାରିବେ। ଆମେରିକାର ଗସ୍ତ କାଳରେ ଦ୍ୱିପାକ୍ଷୀକ ବୈଠକ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ କ୍ୱାର୍ଡ ବୈଠକରେ ମଧ୍ୟ ଉପସ୍ଥିତ ରହିବେ । ଏହାବ୍ୟତୀତ ମୋଦୀ ବିଜନେସ ଇଣ୍ଟରଆକ୍ସନ ଏବଂ ସଂଯୁକ୍ତ ରାଷ୍ଟ୍ର ଜେନେରାଲ ଆସେମ୍ବଲିକୁ ମଧ୍ୟ ସମ୍ବୋଧିତ କରିବେ। ଏହି ଗସ୍ତରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ ରହିବେ । ମୋଦୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସେପ୍ଟେମ୍ବର ୨୬ରେ ଶେଷ ହେବ।

ନିଜର ଏହି ଯାତ୍ରା ସମୟରେ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସେପ୍ଟେମ୍ବର ୨୪ରେ ହ୍ୱାଇଟ୍‌ ହାଉସ୍‌ରେ ଦ୍ୱିପାକ୍ଷୀକ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ଏହି ବୈଠକରେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ ମଧ୍ୟ ଉପସ୍ଥିତ ରହିବେ। ଉଭୟ ନେତା ପ୍ରଧାନମନ୍ତ୍ରୀ ମୋଦୀ ଓ ଜୋ ବାଇଡେନ୍‌ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ସାକ୍ଷାତ। ଏହା ପୂର୍ବରୁ ବାଇଡେନ ଯେତେବେଳେ ଉପରାଷ୍ଟ୍ରପତି ଥିଲେ, ମୋଦୀଙ୍କ ସହିତ ଦେଖାସାକ୍ଷାତ ହୋଇଥିଲା।

Leave a Reply

Your email address will not be published.