ଗର୍ଭବତୀ ମହିଳାଙ୍କୁ ନେଇ ଆଇସିଏମଆରର ବଡ ଶୁଣାଣୀ

ନୂଆଦିଲ୍ଲୀ: ଗର୍ଭବତୀ ମହିଳାମାନଙ୍କୁ ନେଇ ଆଇସିଏମଆର ଏକ ବଡ ଶୁଣାଣୀ କରିଛି ।ଆଇସିଏମ୍‌ଆର ନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, କୋଭିଡ୍‌ ଟିକା ଗର୍ଭବତୀ ମହିଳାଙ୍କୁ ଦିଆଯିବା ଉଚିତ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶାବଳି ଅନୁଯାୟୀ କରୋନା ଟିକା ଗର୍ଭବତୀ ମହିଳାମାନଙ୍କୁ ଦିଆଯାଇପାରିବ ଏବଂ ଏହା ଦେବା ଉଚିତ୍‌ ବୋଲି ସେ କହିଛନ୍ତି । ତେବେ ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦେବା ନେଇ ସରକାର ଖୁବ୍‌ଶୀଘ୍ର ଏକ ନିର୍ଦ୍ଦେଶାବଳି ଜାରି କରିପାରନ୍ତି । ଆଇସିଏମ୍ଆର ଦ୍ବାରା ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଦେଶରେ ଗର୍ଭବତୀ ଏବଂ ପ୍ରସୂତୀମାନେ କରୋନା‌ର ଦ୍ବିତୀୟ ଲହରରେ ଅତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେହିପରି ୨ରୁ ଊର୍ଦ୍ଧ୍ବ ବୟସର ଶିଶୁଙ୍କୁ ଟିକା ଦିଆଯାଇପାରିବ କି ନା’ ସେନେଇ ଅଧ୍ୟୟନ ଚାଲିଛି । ସେପ୍ଟେମ୍ବର ସୁଦ୍ଧା ଏହାର ଫଳାଫଳ ଆସିବ। କିନ୍ତୁ ଶିଶୁଙ୍କ ପାଇଁ ଟିକାକରଣ ଆରମ୍ଭ କରିବାକୁ ଅଧିକ ତଥ୍ୟର ଆବଶ୍ୟକତା ରହିଛି।

Leave a Reply

Your email address will not be published.