ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ରରେ ବିଜେପିର ସବୁ ପ୍ରାର୍ଥୀ ବିଜୟୀ

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ହରିୟାଣାରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକନ ରାଜ୍ୟସଭା ନିର୍ବାଚନରେ ହାରିଯାଇଛନ୍ତି । ସ୍ୱାଧୀନ ଓ ଭାରତୀୟ ଜନତା ପାର୍ଟି ସମର୍ଥିତ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ନିର୍ବାଚନ ଜିତିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଭୋଟ ଗଣତି ପରେ କଂଗ୍ରେସ ବିଧାୟକ ଭାରତ ଭୂଷଣ ବତ୍ରା କହିଛନ୍ତି ଯେ, ବହୁତ କମ୍ ଭୋଟ ବ୍ୟବଧାନରେ ଅଜୟ ମାକନ ହାରିଛନ୍ତି । ହରିୟାଣାର ୨ଟି ଆସନରେ ବିଜେପିର କୃଷ୍ଣ ଲାଲ ପାୱାର ଓ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମାଙ୍କର ବିଜୟ ହାସଲ ହୋଇଛି । ମହାରାଷ୍ଟ୍ରରେ ବିଜେପିର ସମସ୍ତ ୩ ଜଣ ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି । ହରିୟାଣା ଓ ମହାରାଷ୍ଟ୍ରରେ ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗଙ୍କ ଅନୁମତି ପରେ ଭୋଟଗଣତି ହୋଇଥିଲା ।

କଂଗ୍ରେସ ନିଜର ଟୁଇଟର ଆକାଉଣ୍ଟରେ ଅଜୟ ମାକନ ବିଜୟୀ ଘୋଷଣା କରିଦେଇଥିଲା । କିନ୍ତୁ ପରେ ଏହି ଟୁଇଟ୍‌କୁ ଡିଲିଟ୍ କରିଦେଇଥିଲା । ବିଜୟ ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ହରିୟାଣାରୁ ରାଜ୍ୟସଭା ପାଇଁ ନବନିର୍ବାଚିତ ଉଭୟ ପ୍ରାର୍ଥୀ କୃଷ୍ଣଲାଲ ପାୱାର ଓ ବିଜେପି-ଜେଜେପି ସମର୍ଥିତ କାର୍ତ୍ତିକେୟ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାରାଷ୍ଟ୍ରରେ ୬ଟି ରାଜ୍ୟସଭା ଆସନ ପାଇଁ ଭୋଟ ହୋଇଥିଲା । ଏଥିରେ ୩ ଜଣ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଶିବସେନା, କଂଗ୍ରେସ ଓ ଏନ୍‌ସିପିର ଜଣେ ଲେଖାଏଁ ପ୍ରାଥୀଁ ଜିତିଛନ୍ତି । ଶିବସେନାର ସଂଜୟ ପାୱାର ନିର୍ବାଚନରେ ହାରିଯାଇଛନ୍ତି । ଏଥି ସହିତ ମହାବିକାଶ ଅଘାଡିକୁ ବଡ଼ ଝଟକା ଲାଗିଛି ।

Leave a Reply

Your email address will not be published.