ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ପୁଣି ସମନ

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ସମନ ଜାରି କରିଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ଆସନ୍ତା ୨୩ ତାରିଖରେ ହାଜର ହେବାକୁ କହିଛି । ଜଣେ ଅଧିକାରୀ ଶୁକ୍ରବାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ସୋନିଆ ଗାନ୍ଧୀଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା । କିନ୍ତୁ କରୋନା ସଂକ୍ରମିତ ହେବା କାରଣରୁ ସେ ଇଡିରେ ହାଜର ହୋଇ ପାରି ନଥିଲେ ଏବଂ ନୂଆ ତାରିଖ ମାଗିଥିଲେ । ଅଧିକାରୀ ଜଣକ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କୁ ଜୁନ୍ ୨୩ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଛି । ସେଠାରେ ସୋନିଆ ଗାନ୍ଧୀଙ୍କର ବୟାନ ରେକର୍ଡ କରାଯିବ । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜୁନ୍ ୧୩ ତାରିଖରେ ପଚରାଉଚରା କରାଯାଇପାରେ ।

Leave a Reply

Your email address will not be published.