ଭାରତୀୟଙ୍କୁ ତୁରନ୍ତ ଖାରକିଭ୍‌ ଛାଡ଼ିବାକୁ ଦୂତାବାସଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଭୟଙ୍କର ଦିଗକୁ ସୂଚାଇଲାଣି । ଏହି ସମୟରେ ୟୁକ୍ରେନ୍‌ର ରାଜଧାନୀ ଖାରକିଭ୍‌ ତୁରନ୍ତ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ଭୟଙ୍କର ଯୁଦ୍ଧ ଭିତରେ ନିଜ ନିଜ ସୁରକ୍ଷା ପାଇଁ ସେଠାରେ ରହିଥିବା ଭାରତୀୟ ଯଥା ଶୀଘ୍ର ଉକ୍ତ ସ୍ଥାନ ପରିତ୍ୟାଗ କରି କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଦୂତାବାସ କହିଛି । ମିଳିଥିବା ସୂଚନା ଅନୁସାରେ ଖାରକିଭ୍‌ ଓ ସୁମୀରେ ଋଷ୍‌ ସେନା ପକ୍ଷରୁ ଆକ୍ରମଣ ଜାରି ରହିଛି ଏବଂ ସେଠାରେ ୪ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଯୁଦ୍ଧର ସାମ୍ନା କରୁଥିବା ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ଖାରକିଭ୍‌ ଏବଂ ଯୁଦ୍ଧ ଜାରି ରହିଥିବା ସ୍ଥାନରୁ ଭାରତୀୟଙ୍କୁ ସୁରକ୍ଷିତ ବାହରକୁ ଆଣିବା ପାଇଁ ମସ୍କୋ ସହିତ ସଂପର୍କରେ ରହିଛି କେନ୍ଦ୍ର ।

Leave a Reply

Your email address will not be published.