ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କଚ୍ଛରେ ଆୟୋଜିତ ସେମିନାରକୁ ସମ୍ବୋଧିକ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସମାଜର ବିକାଶ କ୍ଷେତ୍ରରେ ମହିଳାଙ୍କ ଭୂମିକା ନେଇ ଏହି ସେମିନାର ଆୟୋଜନ କରାଯାଇଛି, ଯେଉଁଥିରେ କି ୫୦୦ ଜଣ ମହିଳା ଭିଡିଓ କନଫରେନ୍ସଂ ଜରିଆରେ ସାମିଲ ହେବ । ସଂସ୍କୃତି, ଧର୍ମ, ସୁରକ୍ଷା ଆଦି କ୍ଷେତ୍ରରେ ମହିଳାଙ୍କ ଭୂମିକା ନେଇ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।
କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନୀ, ସାଧବୀ ନିରଞ୍ଜନ ଜ୍ୟୋତି ଓ ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି ସେମିନାରରେ ଉପସ୍ଥିତ ରହିବେ । ଏଥି ସହିତ ମହିଳାଙ୍କ ପାଇଁ ଉଲ୍ଲେଖଯୋଗ୍ୟ କାମ କରିଥିବା ଅନ୍ୟକିଛି ମହାନ ବ୍ୟକ୍ତିମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ।