କିଭ୍, (ନାଗରାଜ ନ୍ୟୁଜ): ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଆଜି ୨୬ ଦିନରେ ପହଞ୍ଚିଛି । ରୁଷିଆ ସେନା ସୋମବାର ହାଇପରସୋନିକ ଓ କ୍ରୁଜ ମିସାଇଲ ଦ୍ୱାରା ୟୁକ୍ରେନ୍ର ସେନା ଠିକାଣାକୁ ଟାର୍ଗେଟ କରିଛନ୍ତି । ୟୁକ୍ରେନ୍ ବିଚ୍ଛିନ୍ନତାବାଦୀ କମାଣ୍ଡର ସେରଗାଇ ମାଶକିନ୍କୁ ନିହତ କରିଛି । ସେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀର ଡିପିଆର କମାଣ୍ଡର ଥିଲା । ୟୁକ୍ରେନ୍ର ରାଜଧାନୀ କିଭ୍ରୁ ଏକ ବଡ଼ ଖବର ଆସିଛି । ଏଠାରେ ଏକ ଶପିଂ ମଲ୍ରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡ ବହୁ ଦୂରରୁ ଦେଖାଯାଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଏହା ପୂର୍ବରୁ ରୁଷିଆର ସେନା ୟୁକ୍ରେନ୍ର ସେନାକୁ କହିଥିଲା ଯେ, ମାରିୟୁପୋଲରେ ଆତ୍ମସମର୍ପଣ କରିଦେଉ । କିନ୍ତୁ ରୁଷିଆର ଏହି ପ୍ରସ୍ତାବକୁ ୟୁକ୍ରେନ୍ ମନା କରାଦେଇଥିଲା ।
ୟୁକ୍ରେନ୍ର ରାଷ୍ଟୟପତି ଭୋଲୋଦିମୀର ଜେଲେନ୍ସ୍କି ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆଲୋଚନା ଯଦି ବିଫଳ ହେବ, ତା’ହେଲେ ଏହାର ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ସୁନିଶ୍ଚିତ । ରୁଷିଆ ଲଗାତାର ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କର ଏହି ବୟାନ ଆସିଛି । ଏହା ପୂର୍ବରୁ ଜେଲେନ୍ସ୍କି ରୁଷିଆର ରାଷ୍ଟ୍ରପତିଙ୍କୁ ଯୁଦ୍ଧ ବନ୍ଦ କରିବାକୁ ସିଧାସଳଖ ଆଲୋଚନା କରିବାକୁ ଅପିଲ କରିଥିଲେ ।