ରାଞ୍ଚିରେ ହିଂସା, ସହରରେ କର୍ଫ୍ୟୁ ଜାରି

ରାଞ୍ଚି,(ନାଗରାଜ ନ୍ୟୁଜ): ମହାପୁରୁଷ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବିବାଦ କାରଣରୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶୁକ୍ରବାର ହିଂସା ଦେଖାଯାଇଛି । ଉପଦ୍ରବ ସମୟରେ ଗୁରୁତର ହୋଇଥିବା ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁଦସିର ଓରଫ କ୍ୟାଫି । ଏବେବି ୮ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ ପ୍ରଦର୍ଶନକାରୀମାନେ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଥିଲେ । ମୁଖ୍ୟ ରାସ୍ତାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଶୋଭାଯାତ୍ରା ବାହାର କରିଥିଲେ । ସେମାନେ ଶ୍ଲୋଗାନ ଦେଇଥିଲେ । ଏଥି ସହିତ କୁଶପୁତ୍ତଳିକା ଦାହ କରିଥିଲେ । ଏହା ପରେ ଦେଖୁ ଦେଖୁ ପ୍ରଦର୍ଶନ ହିଂସାରେ ପରିଣତ ହୋଇଥିଲା । ପ୍ରଦର୍ଶନ ଉଗ୍ର ରୂପ ନେବା ପରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଓ ଫାଙ୍କା ଗୁଳିଚାଳନା କରିଥିଲା । ତେବେ ଭିଡରେ ଥିବା ଲୋକେ ପଥରମାଡ଼ କରିଥିଲେ । ଏଥିରେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । କିନ୍ତୁ ପରେ ପୋଲିସ ଭିଡକୁ ନିୟନ୍ତ୍ରଣ କରିପାରିଥିଲା ।

ହିଂସାରେ ସାମିଲ ଥିବା ୧୦ ଜଣ ଗୁରତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏବେ ପୂରା ରାଞ୍ଚିରେ କର୍ଫ୍ୟୁ ଲାଗୁ କରିଦିଆଯାଇଛି । ତେବେ ଶାନ୍ତି ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି ।

Leave a Reply

Your email address will not be published.